ବାତ୍ୟା ଅମ୍ପନରେ ନଷ୍ଟ ହୋଇଛି ୧୫୧ କିମି ରାସ୍ତା
ଭୁବନେଶ୍ୱର: ବାତ୍ୟା ଅମ୍ପନରେ ରାଜ୍ୟରେ ୧୫୧ କିଲୋମିଟର ରାସ୍ତା ନଷ୍ଟ ହୋଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ଏହି ରାସ୍ତାର ତୁରନ୍ତ ମରାମତି ଓ ପୁନରୁଦ୍ଧାର ଲାଗି ୩ କୋଟି ୮୮ ଲକ୍ଷ ଟଙ୍କା ଆବଶ୍ୟକ।
ସେହିଭଳି ରାସ୍ତାରୁ ଗଛ ତଥା ଅନ୍ୟ ଭଙ୍ଗାରୁଜା ଅଂଶ ହଟାଇବା ଲାଗି ୫୦ ଲକ୍ଷ ୯୨ ହଜାର ଟଙ୍କାର ଆବଶ୍ୟକତା ରହିଛି।
ବାତ୍ୟା ଅମ୍ପନରେ ଗ୍ରାମ୍ୟ ନିର୍ମାଣ ବିଭାଗର ଏଭଳି କ୍ଷୟକ୍ଷତି ହୋଇଛି। ଏହାର ପୁନରୁଦ୍ଧାର ଲାଗି ଏହି ପରିମାଣର ଅର୍ଥ ଆବଶ୍ୟକତା ଥିବା ନେଇ ଗ୍ରାମ୍ୟ ନିର୍ମାଣ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବଙ୍କୁ ଚିଠି ଲେଖିଛନ୍ତି।
ଅନ୍ୟପଟେ ବାତ୍ୟା କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ଦେଇଛନ୍ତି ସରକାର। ବାତ୍ୟା ଅମ୍ପନରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ କ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି। ୨୬ ତାରିଖ ସୁଦ୍ଧା ଚୂଡ଼ାନ୍ତ ଆକଳନ ହୋଇଯିବା ନେଇ ସରକାର ସୂଚନା ଦେଇଛନ୍ତି।