ବାଲିପଡ଼ିଆରେ ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉତ୍ସବ ଆରମ୍ଭ

ଯାଜପୁର: ଯାଜପୁର ଜିଲ୍ଲାର ସଂଗ୍ରାମୀ ମାଟି ବାଲିପଡ଼ିଆରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ସେଠାରେ ଗାନ୍ଧି କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଗାନ୍ଧିଜୀଙ୍କ ସ୍ମୃତିରେ ଠକ୍କର ବାପା ଆଶ୍ରମରେ ରାମଧୁନ୍ ଗାନ କରାଯିବା ସହ ମହାତ୍ମା ଗାନ୍ଧିଙ୍କ ଫଟୋଚିତ୍ରକୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ଅୟୋଜିତ ହୋଇଛି। ଏଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ।

You might also like