ଦିନକରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୪୩ ,୭୭୯କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଅଞ୍ଚଳରୁ କେତେ:-

ଗଞ୍ଜାମରୁ ସର୍ବାଧିକ ୨୩୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ-୧୩୧, ରାୟଗଡ଼ା-୧୧୨, ସୁନ୍ଦରଗଡ଼ରୁ ୧୧୧, ବାଲେଶ୍ୱର-୧୦୧, ଖୋର୍ଦ୍ଧା-୯୯, ଢେଙ୍କାନାଳରୁ ୬୩, ମୟୂରଭଞ୍ଜ-୫୧, ଗଜପତି ଓ କୋରାପୁଟରୁ ୪୯ ଲେଖାଏଁ ସୁସ୍ଥ ହୋଇଛନ୍ତି।


ସେହିପରି ମାଲକାନଗିରି-୪୨, ଭଦ୍ରକ ଓ ଜଗତସିଂହପୁରରୁ ୩୮, କନ୍ଧମାଳ-୩୭, ବଲାଙ୍ଗିର ଓ ଯାଜପୁରରୁ ୩୬, ସମ୍ବଲପୁର- ୩୫
ନୟାଗଡ଼-୩୪, କଳାହାଣ୍ଡି ନୂଆପଡ଼ା, ଓ ନବରଙ୍ଗପୁରରୁ ୩୧ ଲେଖାଏଁ, ସୋନପୁର-୩୦, କେନ୍ଦୁଝର-୨୦, ଅନୁଗୁଳ-୧୮, ବରଗଡ଼ରୁ ୧୫, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୧୪ ଲେଖାଏଁ, ଦେବଗଡ଼-୪, ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

You might also like