କଟକ ସହରରୁ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ, କେଉଁ ଅଞ୍ଚଳରୁ କେତେ?
କଟକ: କଟକ ସହରରୁ ଆଜି ଆଉ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୧୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ ଲୋକାଲ କେସ୍ ରହିଛି।
କେଉଁ ଅଞ୍ଚଳରୁ କେତେ:-
କଟକ ଏସସିବି ମେଡିକାଲ ଆଇସୋଲେସନ ୱାର୍ଡରୁ ୧୭ ଚିହ୍ନଟ ହୋଇଛନ୍ତି। ସେଲଟର ଛକ ଧୋବାସାହିରୁ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଚି ସାହିରୁ ୬, ନୂଆ ବଜାରରୁ ୫, ପିଲିଗ୍ରୀମ ରୋଡରୁ ୫, ଥୋରିଆ ସାହିରୁ ୩, କାଜି ବଜାରରୁ ୩, ଚାଉଳିଆଗଂଜରୁ ୩ ଚିହ୍ନଟ ହୋଇଛନ୍ତି।
#COVID19 update in Cuttack city (CMC area)
Out of the 241 new COVID-19 +ve cases reported today in #Cuttack district, 150 +ve cases belong to Cuttack city (CMC area).
Another 80 recoveries (19th August data) have been reported recently! KUDOS to all doctors & healthcare staff. pic.twitter.com/uwCuXPaVxi
— CMC,Cuttack (@CMCCuttack) August 20, 2020
ଏଯାବତ୍ କରୋନାରୁ ୨୮୨୮ ସଂକ୍ରମିତ ହୋଇଛନ୍ତି। ୧୭୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୪ ଜଣଙ୍କୁ ମୃତ୍ୟୁ ହୋଇଛି। ଏବେ ୧୦୮୭ ଚିକିତ୍ସାଧୀନ ଅଛନ୍ତି।