ପିକ୍‌ନିକ୍‌ ସାରି ଫେରିବା ବେଳେ ଓଲଟିଲା ବସ୍‌

ଢେଙ୍କାନାଳ: ପିକ୍‌ନିକ୍‌ ସାରି ଫେରିବା ବେଳେ ଓଲଟିଲା ବସ୍‌। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଏହି ଅଘଟଣ ଘଟିଛି। ଏଥିରେ ୧୫ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅନୁଗୁଳରୁ କିଛି ଲୋକ ଏକ ବସ୍‌ରେ ବାଲେଶ୍ୱରକୁ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଆଜି ଭୋର ସମୟରେ ଖଇରାମୁଣ୍ଡା ଛକ ନିକଟରେ ଏହି ଅଘଟଣ ଘଟିଥିଲା। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଏକ ବିଲକୁ ଓଲଟି ପଡ଼ିଥିଲେ। ଗାଡ଼ିରେ ୪୦ ରୁ ଅଧିକ ଯାତ୍ରୀ ଥିଲେ।

ଆହତଙ୍କୁ ତାଳଚେରର ମଣ୍ଡାପାଳ ଓ ଅନୁଗୁଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ତେବେ ବସ୍‌ ଓଲଟି ପଡ଼ିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।

You might also like