ମିନି ବସ୍ ଓଲଟି ୧୫ରୁ ଅଧିକ ଯାତ୍ରୀ ଆହତ

ଗଞ୍ଜାମ  : ମିନି ବସ୍ ଓଲଟି ୧୫ରୁ ଅଧିକ ଆହତ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍‌ ଛକରେ ଘଟିଛି ଏହି ଘଟଣା। କବିସୂର୍ଯ୍ୟନଗରରୁ କୋଦଳାକୁ ଯାଉଥିବା ବାଲୁଙ୍କେଶ୍ୱର ବସ୍ ଆଜି ସକାଳେ ଦୁର୍ଘଟଣାର ଶିକାର ହୋଇଥିଲା।

ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍‌ଟିକୁ ଡିଭାଇଡର୍ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ବସ୍‌ଟି ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଗାଡ଼ି ଭିତରୁ ଆହତ ଯାତ୍ରୀଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ରାସ୍ତା ମଝିରେ ବସ୍‌ଟି ଓଲଟି ପଡିବାରୁ କିଛି ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଲିସ ଗାଡ଼ିକୁ ଉଦ୍ଧାର କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

 

You might also like