• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୫ ‘କରୋନା’ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨ଟି କ୍ୱାରେଣ୍ଟିନ୍ କେନ୍ଦ୍ରରୁ ୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବୀରମିତ୍ରପୁର କଲ୍ୟାଣ ମଣ୍ଡପରୁ ୧୪, କୁଆଁରମୁଣ୍ଡାରୁ ଜଣେ ଚିହ୍ନଟ ହୋଇଛନ୍ତି। ବୀରମିତ୍ରପୁରରୁ ଚିହ୍ନଟ ହୋଇଥିବା ପଜିଟିଭ୍‌ ରୋଗୀଙ୍କ ମଧ୍ୟରେ ୯ ଜଣ ମହିଳା ଓ ୫ ଜଣ ପୁରୁଷ ଥିବା ବେଳେ କୁଆଁରମୁଣ୍ଡାରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। ସମସ୍ତ ୧୫ ଜଣ ପ୍ରବାସୀ ଦିଲ୍ଲୀ ଫେରନ୍ତା ନେଇ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ସୂଚନା ଦେଇଛନ୍ତି।

ଆଜି ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ୨୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୪୦ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ  କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି।

 

 

15-new-covid-19-positive-cases-in-sundargarh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories