ପୁଣି ୧୫ ପଜିଟିଭ ଚିହ୍ନଟ, ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର: ଆଉ ୧୫ କରୋନା ପଜିଟିଭ ଚିହ୍ନଟ। ସେଥିମଧ୍ୟରୁ ବୌଦ୍ଧରେ ୩ଜଣ, ଗଞ୍ଜାମରେ ୭, ଅନୁଗୁଳରେ ୨ ଓ ପୁରୀରେ ମଧ୍ୟ ୨ ଜଣ, ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା କରୋନା ଛୁଇଁଛି।

ଏହାସହ ୨୧ଟି ଜିଲ୍ଲାକୁ କରୋନା ଛୁଇଁଛି। ଏହି ନୂଆ ଆକ୍ରାନ୍ତ ପରେ ଅନୁଗୁଳରେ ସଂକ୍ରମିତଙ୍କ ସଂଖ୍ୟା ୧୫, ଯାଜପୁରରେ ୬୦, ପୁରୀରେ ୩, ଗଞ୍ଜାମରେ ୧୨୫କୁ ବୃଦ୍ଧି ପାଇଛି। ପୁରୀରେ ନୂଆ ୨ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା।

ଦିନକରେ ୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି। ରାଜ୍ୟରେ ଏବେବି ୩୦୬ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୬୮ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି।

You might also like