କଥା ନ ମାନିବାରୁ ୧୫ ପରିବାର ଗାଁରୁ ବାସନ୍ଦ

ନୟାଗଡ଼: ନୟାଗଡ଼ରେ କଙ୍ଗାରୁ କୋର୍ଟ। ଗ୍ରାମବାସୀଙ୍କ କଥାରେ ହଁ ନମାରିବାରୁ ୧୫ ପରିବାରକୁ ବାସନ୍ଦ କରାଯାଇଛି। ନୟାଗଡ଼ ଜିଲ୍ଲା ରଗଡ଼ିମଡା ଗାଁ ଗୋଲାସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ଏବେ ଏହି ୧୫ ପରିବାର ଓଡ଼ଗାଁ ଥାନା ସାମ୍‌ନା ବସ୍‌ଷ୍ଟାଣ୍ଡରେ ଦିନ କାଟୁଛନ୍ତି। ରାତିରେ ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଉଛନ୍ତି।

ସେମାନଙ୍କୁ କିଛି ଗ୍ରାମବାସୀ ଘରେ ପଶି ମାଡ଼ ମାରୁଥିବାର ମଧ୍ୟ ଅଭିଯୋଗ ହୋଇଛି। ରାଜନୈତିକ ଆକ୍ରୋଶ ରଖି ସେମାନଙ୍କୁ ବିଭିନ୍ନ ସମୟରେ ଏଭଳି ହଇରାଣ କରୁଥିବା ସୂଚନା ମିଳିଛି। ଏହି ୧୫ ପରିବାରରୁ ଜଣେ ଦିବ୍ୟାଙ୍ଗ ମହିଳା ରହୁଥିଲେ ମଧ୍ୟ ତାଙ୍କ ଘରେ ପଶି ଗାଁ ଲୋକେ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।

ଓଡ଼ଗାଁ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି। କିନ୍ତୁ ପୋଲିସ ଏହି ୧୫ ପରିବାର କଥା ଶୁଣୁ ନଥିବା ସେମାନେ ସିଧା ସିଧା କହିଛନ୍ତି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

 

You might also like