ପୁଣି ୧୫ ମୁଣ୍ଡ ନେଲା କରୋନା

ଖୋର୍ଧାରୁ ସର୍ବାଧିକ

ଭୁବନେଶ୍ୱର: ୨୪ ଘଂଟାରେ ରାଜ୍ୟରେ କରୋନା ନେଇଛି ୧୫ ମୁଣ୍ଡ। ରାଜ୍ୟରେ କରୋନାରେ ୧୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୮୮କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ୩, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୨ ଲେଖାଏଁ ମୃତ ହୋଇଛି। ସେହିପରି କଟକ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ମୃତ ହୋଇଛନ୍ତି। ତେବେ ଲଗାତାର ଭାବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି।
ଆଜି ପୁଣି ଥରେ ୮ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଛନ୍ତି ୮୨୧୬ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୬୩୬, କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୁଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫ ପଜିଟିଭ୍ ବାହାରିଛନ୍ତି । ସେହିପରି ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡ଼ାରୁ ୩୧୬, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨, ନୂଆପଡ଼ାରୁ ୨୬୧, ନୟାଗଡ଼ରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, କଳାହାଣ୍ଡିରୁ ୨୩୮ ପଜିଟିଭ୍ ଚିହ୍ନଟ ବାହାରିଛନ୍ତି।
ସେହିପରି ଭାବରେ ନୟାଗଡ଼- ୨୫୦, ସୁବର୍ଣ୍ଣପୁର- ୨୪୮, ଷ୍ଟେଟ୍ ପୁଲ୍ ଓ କଳାହାଣ୍ଡିରୁ ୨୩୮ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାୟଗଡ଼ା- ୨୩୨, ମୟୂରଭଞ୍ଜ- ୧୯୦, କୋରାପୁଟ- ୧୩୩, କେନ୍ଦୁଝର- ୧୨୯, ଗଜପତି- ୧୨୧, ଜଗତସିଂହପୁର- ୧୦୬,ବୌଦ୍ଧ ଓ ଦେବଗଡ଼ରୁ ୯୮ ଲେଖାଏଁ, କେନ୍ଦ୍ରାପଡ଼ା- ୮୭, କନ୍ଧମାଳ- ୭୭ ସହ ଗଞ୍ଜାମ- ୬୯, ଭଦ୍ରକ- ୬୩, ଢେଙ୍କାନାଳ- ୪୭, ମାଲକାନଗିରିରୁ ୩୨ ଚିହ୍ନଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ସେପଟେ ରାଜ୍ୟରେ ବେଲଗାମ୍ ହୋଇଥିବା କରୋନା ସଂକ୍ରମଣରେ ଲଗାମ୍ କସିବାକୁ ଫେରିଲା ଲକଡାଉନ୍‌। ଆସନ୍ତା ୫ରୁ ୧୯ ତାରିଖ ସକାଳ ଯାଏ ସାରା ରାଜ୍ୟରେ ଲକଡାଉନ୍‌ ଲାଗୁ ହେବ। ଏହି ସମୟରେ ଯାତ୍ରୀବାହୀ ବସ୍ ସେବା ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ଲୋକମାନେ ଘରଠାରୁ ୫୦୦ ମିଟର ଦୂର ଭିତରେ ଚାଲି ଚାଲି ଯାଇ ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ତେବେ ଲକଡାଉନ୍‌ ସମୟରେ ଟିକାକରଣ ଓ ଟେଷ୍ଟିଂ ଜାରି ରହିବ।

ଲକଡାଉନ୍‌ ସମୟରେ ଗ୍ୟାରେଜ୍, ଗାଡ଼ି ମରାମତି ଦୋକାନ, ଗୋଖାଦ୍ୟ, ବିହନ ଓ ସାର ଦୋକାନ ତଥା ଗୋଦାମ ଖୋଲା ରହିବ। ସେହିପରି ଲୁହାଛଡ଼, ସିମେଣ୍ଟ, ବହି ଦୋକାନ,ଫ୍ୟାନ୍ ଏସି ଭଳି ଇଲେକ୍‌ଟ୍ରି ଜିନିଷ, ମୋବାଇଲ୍, କମ୍ୟୁଟର ମରାମତି ଦୋକାନ ଆଦି ଖୋଲା ରହିବ। ଇଲେକ୍‌ଟ୍ରିସିଆନ୍‌, ଆଇଟି ସାମଗ୍ରୀ ମରାମତି କରୁଥିବା ବ୍ୟକ୍ତି, ପାଣିପାଇପ ମିସ୍ତ୍ରୀ, କାର୍ପେଣ୍ଟର କାମ କରିବାକୁ ଯାଇପାରିବେ। ସକାଳ ୫ରୁ ୮ଟା ଯାଏଁ ଖବରକାଗଜ ବିତରଣ ହୋଇପାରିବ। ଏହାସହ ମାଲ୍ ପରିବହନ ଚାଲୁ ରହିବା ସହିତ ପେଟ୍ରୋଲପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି ଦିଆଯିବ।

You might also like