୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ

କେନ୍ଦୁଝର: ଥଣ୍ଡା ଓ ପେଟ ଯନ୍ତ୍ରଣାରୁ ଭଲ ହେବାପାଇଁ ୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ। କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ୍‌ କାଞ୍ଜିପାଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଶିଶୁଟିକୁ ତା’ର ଜେଜେମା’ ଚେଙ୍କ ଦେଇଥିଲେ ବୋଲି ଜଣାପଡ଼ିଛି।

ତେବେ ଗତକାଲି ରାତିରେ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

You might also like