୨୪ ଘଣ୍ଟାରେ ଓଡ଼ିଶାରେ ୧, ୪୭୪ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୪୭୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୫  ପଜିଟିଭ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୧, ୪୭୪  ଆକ୍ରାନ୍ତଙ୍କ ମଧ୍ୟରୁ ୮୫୫  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୧୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ ପହଞ୍ଚିଛି।

ପଢ଼ନ୍ତୁ: କରୋନା ନେଲା ୧୨ ଜଣଙ୍କ ଜୀବନ

ଆହୁରି ପଢ଼ନ୍ତୁ

You might also like