ଓଡ଼ିଶାରୁ ୧୪ ଜଣ ପାଇବେ ପୋଲିସ୍‌ ମେଡାଲ୍

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ୍‌ ପଦକ ଘୋଷଣା ହୋଇଛି। ଓଡ଼ିଶାର ୧୪ଜଣଙ୍କୁ ମିଳିବ ପୋଲିସ୍‌ ମେଡାଲ୍‌।

ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ଜଣ ପୋଲିସ୍‌ କର୍ମୀ ପାଇବେ ରାଷ୍ଟ୍ରପତି ପଦକ। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ର ଡିଏସ୍‌ପି ଇନ୍‌ଚାର୍ଜ କେ. ବେଣୁଗୋପାଳ ଆଚାର୍ଯ୍ୟ, କନଷ୍ଟେବଲ୍‌ ବିରଞ୍ଚି ନାରାୟଣ ସାହୁଙ୍କୁ(ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ୍‌ ଏକାଡେମୀ) ମିଳିବ ରାଷ୍ଟ୍ରପତି ପଦକ।

ସେହିପରି ୧୨ ପୋଲିସ୍‌ କର୍ମୀଙ୍କୁ ମିଳିବ ଉତ୍କୃଷ୍ଟ ସେବା ପଦକ। ଭିଜିଲାନ୍ସ ASP ଅଭିରାମ କର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର, ଏସିପି ଅନୀଲ କୁମାର ମିଶ୍ର, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ର ଡିଏସ୍‌ପି ଇନ୍‌-ଚାର୍ଜ ଅନୁପମା ମହାପାତ୍ର, ଆଡିସ୍‌ନାଲ୍‌ ଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଇନ୍ସପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନ୍ସପେକ୍ଟର ସରୋଜ କୁମାର ପଟେଲ, ଇନ୍ସପେକ୍ଟର ନିର୍ମଳ କୁମାର ମହାପାତ୍ର, ସୁବେଦାର କିଶୋର ଚନ୍ଦ୍ର ବଳବନ୍ତରାୟ,ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଉମର ପାଇବେ ଉତ୍କୃଷ୍ଟ ସେବା ପଦକ।

You might also like