‘କରୋନାରେ ୧୪ ପୋଲିସ୍ ମୃତ’

ଭୁବନେଶ୍ୱର: ରାଜ୍ୟରେ ଏଯାବତ ୧୪ ପୁଲିସ କର୍ମଚାରୀଙ୍କ କରୋନାରେ ମୃତ୍ୟୁ। ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ ପାଇଁ ଉଦ୍ୟମ କରାଯାଉଛି। ଏନେଇ ସୂଚନା ଦେଇଛି ପୁଲିସ ମହାନିର୍ଦ୍ଦେଶକ ଅଭୟ।

ମହାମାରୀ କବଳରେ କରୋନା ଯୋଦ୍ଧା। କେବଳ ଯେ ପୋଲିସ୍ ବିଭାଗ ନୁହେଁ, କରୋନାରେ ଯାଉଛି ଆଉ ଅନ୍ୟ ବିଭାଗରେ କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ଜୀବନ। କିଛି ଦିନ ତଳେ ରାଉରକେଲାରେ କରୋନା ସଂକ୍ରମଣ ଯୋଗୁଁ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଅରୁଣ କୁମାର ଦାଶ।

ସେହିପରି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ପ୍ରାଥମିକ ଚିକିତ୍ସାଳୟର ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀ ପ୍ରାଣ ହରାଇଥିଲେ। କରୋନା ଶିକାର ହୋଇଥିବା ରାଉରକେଲାର ଡାକ୍ତର ଅରୁଣ କୁମାର ଦାଶ ଓ ଭଞ୍ଜନଗରର ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀଙ୍କୁ ଶେଷ ସମ୍ମାନ ଦିଆଯାଇଥିଲା।

ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩, ୩୮୪ କରୋନା ରୋଗୀ।  କ୍ୱାରେଣ୍ଟିନ ସେଣ୍ଟରରୁ ୨, ୧୨୮ ଓ ଲୋକାଲ କେସ୍‌ ୧, ୨୫୬ ବୋଲି ସୂଚନା ଦେଲେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

You might also like