• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୧୪ ଜଣ ଅଦୃଶ୍ୟ ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୪ ଜଣ, କେନ୍ଦୁଝରରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ରୁ ମଧ୍ୟ ଜଣେ ଲେଖାଏଁ ଜୀବନ ହାରିଛନ୍ତି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୬୮କୁ ବୃଦ୍ଧି ପାଇଛି ।

ସେପଟେ ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ନୂଆ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼- ୭୩୫, ଅନୁଗୁଳ- ୫୨୫, କଟକ- ୪୮୨ ସମ୍ବଲପୁର- ୪୪୧, ବରଗଡ଼- ୩୯୦, ଝାରସୁଗୁଡ଼ା- ୩୮୬ ନବରଙ୍ଗପୁର- ୩୨୦, ପୁରୀ- ୩୦୬, ନୂଆପଡ଼ା- ୨୬୪, ଷ୍ଟେଟ୍ ପୁଲ୍- ୨୩୬, ସୁବର୍ଣ୍ଣପୁର- ୨୦୭, ମୟୂରଭଞ୍ଜ- ୧୯୯ ବଲାଙ୍ଗିର- ୧୯୮, ଯାଜପୁର- ୧୯୪, ନୟାଗଡ଼- ୧୮୭, କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪ କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪, କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪, ଜଗତସିଂହପୁର- ୧୪୯, ଭଦ୍ରକ- ୧୪୫, କୋରାପୁଟ- ୧୨୭, ଗଜପତି- ୧୨୦, ବୌଦ୍ଧ- ୧୦୩, ଦେବଗଡ଼- ୧୦୧, ବାଲେଶ୍ୱର- ୧୦୦, ଢେଙ୍କାନାଳ- ୮୬, କେନ୍ଦୁଝର- ୭୫ କେନ୍ଦ୍ରାପଡ଼ା- ୭୦, କନ୍ଧମାଳ- ୬୧, ମାଲକାନଗିରିରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

14-more-death-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories