• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କରୋନା କଟକଣା ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରୁ ଯେକେହି ଆସିଲେ ୧୪ ଦିନ କ୍ୱାରେଣ୍ଟିନ ରହିବେ। ପ.ବଙ୍ଗରେ କରୋନା ଉଗ୍ର ରୂପ ନେଇଥିବାରୁ ସରକାର କଟକଣା ଜାରି କରିଛନ୍ତି। ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ। ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ୱର, ମୟୂରଭଂଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ଚେକିଂ କରାଯିବ।

ନେଗେଟିଭ ରିପୋର୍ଟ, ଟିକା ୨ ଡୋଜ୍ ନେଇନଥିଲେ କ୍ୱାରେଣ୍ଟିନରେ ରହିବେ। କ୍ଲଷ୍ଟର ସେଣ୍ଟରରେ ରହିବେ ବା ପେଡ୍ କ୍ୱାରେଣ୍ଟିନରେ ରହିପାରିବେ।ପ.ବଙ୍ଗରୁ ବିମାନରେ ଆସୁଥିବା ଯାତ୍ରୀ ବି ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ସଂପୃକ୍ତ ଯାତ୍ରୀମାନଙ୍କୁ ହୋମ୍ କ୍ୱାରେଣ୍ଟିନ ମନା କରିଛନ୍ତି ମୁଖ୍ୟ ସଚିବ। ୨ ଡୋଜ୍ ଟିକା ନେଇଥିବା ଲୋକ ହୋମ୍ କ୍ୱାରେଣ୍ଟିନରେ ରହିପାରିବେ। ପଶ୍ଚିମବଙ୍ଗରେ ନୂଆ ଷ୍ଟ୍ରେନ ଠାବ ହୋଇଥିବାରୁ କଟକଣା କଡ଼ା ହୋଇଛି। ଠାବ ଟ୍ରିପଲ ମ୍ୟୁଟାଣ୍ଟ ଅତି ଘାତକ ହୋଇଥିବାରୁ କଟକଣା ଲଗାଯାଇଛି।

ଯେଉଁ ଲୋକମାନେ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟ ଦେଇ ଓଡ଼ିଶା ଆସୁଥିବା ଲୋକଙ୍କୁ ମଧ୍ୟ ଓଡ଼ିଶାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଯଦି କେହି ପଶ୍ଚିମବଙ୍ଗରୁ ଆସି କ୍ୱାରେଣ୍ଟାଇନରେ ନରହିଛି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ଥାନୀୟ ୱାର୍ଡମେମ୍ବର, ସରପଂଚ ଓ ପଂଚାୟତିରାଜ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସଚେତନତା ସୃଷ୍ଟି କରିବା ସହ ସ୍ଥାନୀୟ ବିଡିଓ, ପୁଲିସ ଷ୍ଟେସନକୁ ଜଣାଇବାକୁ କୁହାଯାଇଛି।

ଏହି ନିର୍ଦ୍ଦେଶନାମାକୁ ଯିଏ ଉଲ୍ଲଘଂନ କରିବ ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ-୧୮୯୭ ଓ ଆଇପିସିର ଅନ୍ୟ ଧାରାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
14-days-mandatory-quarantine-who-return-from-west-bengal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories