କୁମ୍ଭମେଳା ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ୱର: କୁମ୍ଭମେଳା ଫେରନ୍ତାଙ୍କ ପାଇଁ SRCଙ୍କ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ RTPCR ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ SRC ଚିଠି କରିଛନ୍ତି। କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି।

ସେମାନେ ବୁଲିଥିବା ସ୍ଥାନ, ପରିଭ୍ରମଣ ଯୋଜନାର ତଥ୍ୟ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଫେରିବା ପରେ ୧୪ ଦିନିଆ କ୍ୱାରେଣ୍ଟିନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଲକ୍ଷଣ ଦେଖାଦେଲେ ଅଙ୍ଗନବାଡ଼ି ଓ ଆଶାକର୍ମୀ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେବେ। PHC, CHC, BDO ଓ NAC ଅଧତ୍କାରୀଙ୍କୁ ରିପୋର୍ଟ କରିବେ। ଶେଷରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଓ SRCଙ୍କୁ ସବିଶେଷ ରିପୋର୍ଟ ଦେବେ।

You might also like