ଅନୁଗୁଳ ଆସିବା ପାଇଁ ଏହି ୨ ଜିଲ୍ଲାବାସୀଙ୍କୁ ମନା
ଅନୁଗୁଳ: ଗଞ୍ଜାମ ଓ ଯାଜପୁର ଜିଲ୍ଲାବାସୀଙ୍କୁ ଅନୁଗୁଳ ଆସିବା ମନା। ଯଦି ଏହି ୨ ଜିଲ୍ଲାରୁ କୌଣସି ବ୍ୟକ୍ତି ଜରୁରୀ କାମରେ ଅନୁଗୁଳ ଆସନ୍ତି, ତା’ହେଲେ ୧୪ ଦିନ ସରକାରୀ କ୍ୱାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବାଧ୍ୟତାମୂଳକ ବୋଲି କୁହାଯାଇଛି।
ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଓଡ଼ିଶାର ଗଞ୍ଜାମ ଜିଲ୍ଲା ଏବେ କରୋନା ହଟ୍ସ୍ପଟ୍ ହୋଇଛି। ଗଞ୍ଜାମରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ। ଯାଜପୁରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି।