ସାଉଦି ଅାରବରେ ଫସିଛନ୍ତି ୧୪ ଓଡ଼ିଆ ଶ୍ରମିକ

ଭିଡିଓ ଜରିଅାରେ ଉଦ୍ଧାର ପାଇଁ କଲେ ନିବେଦନ

ଭୁବନେଶ୍ୱର : ସାଉଦି ଅାରବରେ ଫସିଛନ୍ତି ଓଡ଼ିଆ ଶ୍ରମିକ। ଗଞ୍ଜାମ ଜିଲ୍ଲାର ୧୪ ଜଣ ଶ୍ରମିକ ରୋଜଗାର ଅାଶାରେ ଦଲାଲ ଜରିଅାରେ ସାଉଦିଅାରବ ଯାଇ ସେଠାରେ ନିର୍ଯାତନା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏସମ୍ପର୍କିତ ଏକ ଭିଡିଓକୁ ସେମାନେ ସୋଶାଲ୍ ମିଡିଅାରେ ଛାଡ଼ିବା ସହ ସେଠାରୁ ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।

ସାନ ଉସ୍ତାପଡ଼ା, ଗୁଣସାଗର, ବିକ୍ରମପୁର ଅାଦି ଅଞ୍ଚଳରୁ ଏହି ୧୪ ଜଣଙ୍କୁ ମୋଟା ଅଙ୍କର ଦରମା ପ୍ରଲୋଭନ ଦେଖାଇ ୨ଜଣ ଦଲାଲ ସାଉଦିଅାରବ ନେଇଯାଇଥିଲେ। ଏଥିପାଇଁ ଦଲାଲ ପ୍ରତ୍ୟେକଙ୍କ ଠାରୁ ୧ଲକ୍ଷ ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ସାଉଦି ଅାରବରେ ସେମାନଙ୍କୁ ପାରିଶ୍ରମିକ ଦିଅାନଯିବା ସହ ୧୨ ଘଣ୍ଟା ପରିଶ୍ରମ ପରେ ଠିକ୍ ଭାବେ ଖାଇବାକୁ ଦିଅାଯାଉନଥିବା ଅଭିଯୋଗ ହୋଇଛି।

ସେପଟେ ଏହି ଭିଡିଓ ଦେଖିବା ପରେ ସେମାନଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି।  ଜିଲ୍ଲାପାଳ କହିଛନ୍ତି ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅାଯିବ।

You might also like