ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ

ଯାଜପୁର  : ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ। ମୃତକ ମାନଙ୍କ ଉଦ୍ଦେଶ୍ୟରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳିତ ହେଉଛି ସହିଦ୍ ସ୍ମୃତି ଦିବସ। ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ପୂଜା ସରିବା ପରେ ଆମ୍ବଗାଡ଼ିଆ ଅଭିମୁଖେ ଶୋଭାଯାତ୍ରା ବାହାରିବ।

ଆମ୍ବଗାଡିଆ ବୀରଭୂମି ପଡ଼ିଆରେ ଆୟୋଜିତ ହେବ ଗଣସମାବେଶ। ଆଇନ୍‌ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ୭ ପ୍ଲାଟୁନ୍ ପୁଲିସ ଫୋର୍ସ, ୨ ଜଣ ମାଜିଷ୍ଟ୍ରେଟ୍ ଓ ୨ ଜଣ ଡିଏସ୍‌ପି ମୁତୟନ ହୋଇଛନ୍ତି। ଆଜିର ଦିନକୁ ପ୍ରତିବର୍ଷ ସହିଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ।

ଟାଟା କାରଖାନା ପାଇଁ ଜମି ଅଧିଗ୍ରହଣ ଓ ପ୍ରାଚୀର ନିର୍ମାଣକୁ ବିରୋଧ କରି ୨୦୦୬ ମସିହା ଜାନୁଆରୀ ୨ରେ ପୁଲିସ ଓ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସେଥିରେ ୧୩ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

You might also like