ଜାଲ୍‌ ଆକାଉଣ୍ଟ ଖୋଲି ୧୩୮ କୋଟିର ଜିଏସ୍‌ଟି ଠକେଇ

ରାଉରକେଲା: ରାଜ୍ୟରେ ବଡ ଧରଣର ଜିଏସ୍‌ଟି ଘୋଟାଲାର ପର୍ଦ୍ଦାଫାସ୍ ହୋଇଛି। ୧୩୮ କୋଟି ଜିଏସଟି ଠକେଇ ଅଭିଯୋଗରେ ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଓଡ଼ିଶା ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର କମିଶନରେଟ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ।ଏମାନେ ହେଲେ ମାଷ୍ଟର ମାଇଣ୍ଡ ରାଉରକେଲାର ଅତୁଲ ବଂଶଲ, ରାଉରକେଲାର ଦୀନଦୟାଲ ଅଗ୍ରଓ୍ବାଲ, ଆଦିତ୍ୟ ନାୟକ ଓ ଯାଜପୁରର ରାମଚନ୍ଦ୍ର ମଲ୍ଲିକ।

GST କମିଶନର ସୁଶିଲ ଲୋହାନୀ ଏକ ପ୍ରେସମିଟରେ ସୂଚନା ଦେଇ କହିଛନ୍ତି ଯେ, ଏକ ବଡ଼ ଧରଣର ଜିଏସ୍‌ଟି ଘୋଟାଲାର ପର୍ଦ୍ଦଫାଶ କରାଯାଇଛି। ୪ ଜଣ ମାଷ୍ଟର ମାଇଣ୍ଡ ଏହି କାରବାର କରିଥିଲେ । ସେମାନେ ମିଛ ନେଣଦେଶ କରିବା ସହ ସାଧାରଣ ଲୋକ, ରିକ୍ସାବାଲା, ଟ୍ୟାକ୍ସି ଡ୍ରାଇଭର, ଗୃହିଣୀଙ୍କ ନାଁରେ ୨୦ଟି ଜାଲ ଆକାଉଣ୍ଟ ଖୋଲିଥିଲେ। ଏମାନେ ମିଛ ଇ-ୱେବିଲ୍, ମିଛ ଇନ୍ ଭଏସ କରି ଟିକସ ଠକୁଥିଲେ। ତେବେ ପ୍ରାୟ ୨ ମାସ ଧରି ଅନୁସନ୍ଧାନ କରିବା ପରେ ଏହି ବଡ଼ ଧରଣର ଠକେଇ ଧରାପଡ଼ିଛି।

 

You might also like