ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ। ୭୫୭ କୋଭିଡ୍ ଟେଷ୍ଟରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗତକାଲି(ଶନିବାର) ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ ଟେଷ୍ଟ ହୋଇଥିଲା। ତେବେ ଯେଉଁ ମାନଙ୍କର କରୋନା ପଜିଟିଭ ଆସିଛି, ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ କରିପାରିବେ ନାହିଁ। ଆଜି ମଧ୍ୟ ଅନେକ ବିଧାୟକ କରୋନା ଟେଷ୍ଟ କରିଛନ୍ତି। ବିଧାୟକ ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କ ରିପୋର୍ଟ ପଜିଟିଭ ଥିବା ସୂଚନା ମିଳିଛି।

୨୯ ତାରିଖ ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ। ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ।

ଅନ୍ୟଦିନ ମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା ଓ ଦ୍ୱିତୀୟାର୍ଦ୍ଧରେ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ। କାଲି ସକାଳ ୮ଟାରୁ ଆରମ୍ଭ ହେବ କୋଭିଡ୍ ପରୀକ୍ଷା ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।

ତେବେ ରବିବାର ବି ଗୃହକାର୍ଯ୍ୟ ବି ଚାଲିବ। ୧୪୫ ବିଧାୟକ ବସିବା ପାଇଁ ବ୍ୟବସ୍ଥା ହୋଇଛି। ତଳମହଲା, ବାଚସ୍ପତି ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀରେ ବିଧାୟକ ବସିବେ। ବିଧାୟକମାନେ ବସିକି ପ୍ରଶ୍ନ ପଚାରିବେ।  ମନ୍ତ୍ରୀ ମଧ୍ୟ ବସିକି ଉତ୍ତର ଦେବେ। ପ୍ରଶ୍ନକାଳ ସମୟରେ କଣ ଆଲୋଚନା ହେବ ସେନେଇ ଗୃହରେ ଆଲୋଚନା ହେବ।

ଆହୁରି ପଢ଼ନ୍ତୁ

ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

You might also like