କମୁଛି ସଂକ୍ରମଣ, ଆଜି ରାଜ୍ୟରେ ୧୩୪ ଜଣ ନୂଆ କରୋନା ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଲଗାତାର ଚତୁର୍ଥ ଦିନ ପାଇଁ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳେ ରହିଛି ।  ଆଜି ରାଜ୍ୟରେ ୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୫ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।  ଫଳରେ ରାଜ୍ୟରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୪୪କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ  ୩,୨୯,୫୪୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧,୯୪୪ ଜଣ ଚିକିତ୍ସାଧୀନ ଅଛନ୍ତି । ୨୧ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୯ ଜଣ, ବରଗଡ଼ରୁ ୩ ଜଣ, ବଲାଙ୍ଗୀରରୁ ୩ ଜଣ, ବୌଦ୍ଧରୁ ୨ ଜଣ,  କଟକରୁ 2 ଜଣ,  ଗଜପତିରୁ ୧ ଜଣ, ଗଞ୍ଜାମରୁ ୧ ଜଣ,  ଜଗତ୍ସିଂହପୁରରୁ ୧ ଜଣ, ଯାଜପୁରରୁ ୭ ଜଣ,  ଝାରସୁଗୁଡ଼ାରୁ ୧୨ ଜଣ,  କାଲାହାଣ୍ଡିରୁ ୧ ଜଣ, କେନ୍ଦ୍ରାପଡାରୁ ୧ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧରୁ ୫ ଜଣ, ମୟୂରଭଞ୍ଜରୁ ୪ ଜଣ,  ନୂଆପଡାରୁ ୧୧ ଜଣ ,   ପୁରୀରୁ ୧୬ ଜଣ, ସମ୍ବଲପୁରରୁ ୧୯ ଜଣ, ସୋନେପୁରରୁ ୨ ଜଣ, ସୁନ୍ଦରଗଡରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ସେପଟେ ରାଜ୍ୟରେ ଆଜିଠୁ ପୁଣି ଆରମ୍ଭ ହୋଇଛି କରୋନା ଟିକାକରଣ । ଦ୍ୱିତୀୟ ଦିନରେ ୩୮୦ ସେସନ ମାଧମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି  । ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧୬୯୮ ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯିବ । ପୂର୍ବରୁ ୧୩ ହଜାର ୮୯୦ ଲୋକଙ୍କୁ ଟିକାକରଣ କରାଯାଇଥିଲା ୧ କେଉଁ ଦିନ କେତେ ସେସନରେ ଟିକାକରଣ ହେବ ତାହା ମଧ୍ୟ ର୍ନିଦ୍ଧାରଣ ହୋଇ ସାରିଛି  ।

୧୯ ତାରିଖରେ ୧୯୨ଟି ସେସନ ହେବ ସେହିଭଳି ୨୦ ତାରିଖରେ ୯୨ ଟି ସେସନ ହେବ ୨୧ରେ ୪୩୬ , ୨୨ରେ ୧୪୧ ଟି ସେସନ ହେବ ୨୩ରେ ତାରିଖରେ ୧୭୮ ଟି ଏବଂ ୨୫ ତାରିଖରେ ୨୭୯ ଟି ସେସନ ହେବ  ।ଯେଉଁମାନେ ଯେଉଁ ଦିନ ଟିକା ନେଇଛନ୍ତି ତାହାର ୨୮ ଦିନ ପରେ ସେକେଣ୍ଡ ଡୋଜ ନେବେ । ସେଥିପାଇଁ ପର୍ଯ୍ୟାପ୍ତ ଟିକା ରହିଛି । ସେହି ସମୟର ଦୁଇ ଦିନ ପୂର୍ବରୁ SMS ଦ୍ୱାରା ଜଣାଇ ଦିଆଯିବ ।

 

You might also like