ଦୀପାବଳି ପୂର୍ବରୁ ବାଣ ଗୋଦାମରେ ରେଡ୍‌

କଟକ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ତେବେ ଏହା ପୂର୍ବରୁ ବାଣ ଗୋଦାମରେ ପୁଲିସ୍‌ ଚଢ଼ଉ କରିଛି। ଆଜି ଭୋରରୁ କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାର ଅଞ୍ଚଳରେ ବେଆଇନ୍‌ ଭାବେ ଚାଲିଥିବା ବାଣ ଗୋଦାମରେ ପୁଲିସ୍‌ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି।

ଏହି ଚଢ଼ଉରେ ପୁଲିସ୍‌ ଫୋର୍ସ ସହ ଏସିପି ଓ ଆଇଆଇସି ସାମିଲ ହୋଇଥିଲେ। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖିଛି।

ସୂଚନାଥାଉ କି, ଗତ କିଛି ଦିନ ତଳେ ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଓ ମହାଜନପୁର ଗାଁରେ ପୁଲିସ୍‌ ଚଢ଼ଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଥିଲା।

You might also like