• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ଆଜି ଭୁବନେଶ୍ୱର ମହାନଗରରୁ ୧୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି
  • ୧୦୩ ରୁ କ୍ୱାରେଣ୍ଟିନରୁ ୨୪, ଲୋକାଲ କେସ୍ ରହିଛି ୭୯
  • ଟଙ୍କପାଣି ରୋଡ ଅଞ୍ଚଳରୁ ସର୍ବାଧତ୍କ ୧୧, ଖଣ୍ଡଗିରିରୁ ୮ ହେଲେ ଚିହ୍ନଟ
  • ମୋଟ ଆକ୍ରାନ୍ତ- ୩୨,୯୩୫, ସୁସ୍ଥ- ୩୨,୦୫୩, ଆକ୍ଟିଭ୍‌ କେସ- ୬୧୧ରହିଛି

ଭୁବନେଶ୍ୱର: ଚିନ୍ତା ବଢାଉଛି ସଂକ୍ରମଣ। ଆଜି ଗୋଟିଏ ଦିନରେ କେବଳ ରାଜଧାନୀ ଭୁବନେଶ୍ୱରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍‌ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସ ବୋଲି ସୂଚନା ମିଳିଛି। ଏହାସହ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଟଙ୍କପାଣି ରୋଡ଼ ଅଂଚଲରୁ ସର୍ବାଧିକ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରିରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲକ୍ଷ୍ମୀସାଗର, ସହିଦନଗର, ଆଚାର୍ଯ୍ୟବିହାର, ବରଗଡ଼, ବରମୁଣ୍ଡାରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିଭଳି ଶୈଳଶ୍ରୀବିହାର, ସତ୍ୟନଗର, ୟୁନିଟ-୮, ନୟାପଲ୍ଲୀରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେବା ସହ କଳ୍ପନା, ଗଜପତି ନଗର, କଳିଙ୍ଗବିହାର, ଝାରପଡ଼ାରୁ ୨ ଲେଖାଏଁ ଚିହ୍ନଟ ହୋଇଛନ୍ତି।  ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୯୩୫ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୨୦୫୩ ରହିଛି। ଏହାସହ ଆକ୍ଟିଭ କେସର ସଂଖ୍ୟା ୬୧୧ ରହିଥିବା ବିଏମସି ଟ୍ୱିଟ୍‌ କରି ସୂଚନା ଦେଇଛି।

ରାଜ୍ୟରେ ବି କରୋନା ଗ୍ରାଫ୍‌ ଉପରମୁହାଁ ରହିଛି। ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ମାତ୍ର ୨୪ ଘଣ୍ଟାରେ ରାଜ୍ୟରେ ୭୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫୯ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୩୩୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି।

ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହାରରେ ବୃଦ୍ଧି ପାଉଛନ୍ତି। ଗତ ସୋମବାର ୫୭୩ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ୫୮୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ହେଲେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା। ଗୋଟିଏ ଦିନରେ ବାହାରିଛନ୍ତି ୮୦୦ ପାଖାପାଖି କରୋନା ରୋଗୀ।

130-positive-cases-in-bmc
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories