ହାତ, ଗୋଡ଼ ବାନ୍ଧି ୧୩ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): କଟକ ସାଲେପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବଣହରା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି।
ଘରେ ଏକୁଟିଆ ଥିବାବେଳେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ୨ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ନାବାଳିକାଙ୍କ ହାତ, ଗୋଡ଼ ବାନ୍ଧିବା ସହ ମୁହଁରେ କପଡ଼ା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଗତକାଲି ପୀଡ଼ିତାଙ୍କ ମା’ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏହି ଘଟଣାରେ ୨ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହାପରେ ସେମାନଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ-ମନୋଜ କାଣ୍ଡି ଓ ନେଉଳ ବେହେରା।
ସୂଚନାଥାଉ କି, ମଧ୍ୟପ୍ରଦେଶର ଉମାରିଆ ଜିଲ୍ଲାରେ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଥିଲା। ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ବାରମ୍ବାର ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ୫ ଦିନ ମଧ୍ୟରେ ୩ ଥର ଅପହରଣ ସହ ୯ ଜଣ ବ୍ୟକ୍ତି ସମ୍ପୃକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।