ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ଯାଇଥିଲେ ୧୩

ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ୧୩ ଜଣ ଯାଇଥିଲେ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଓଟିଭିକୁ କହିଛନ୍ତି। ସେଠାରେ ୧୦ ଜଣ ରହିଥିବା ବେଳେ ଏଠାକୁ ଫେରି ଆସିଥିବା ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି।

ସଂପୃକ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ଗତକାଲି ଏମ୍ସକୁ ପଠାଯାଇଛି। ୧୦ ଜଣଙ୍କ ମଧ୍ୟରୁ ଜଟଣୀର ୭ ଜଣ ଏବଂ ଟାଙ୍ଗୀର ୩ ଜଣ ସେଠାରେ ଅଛନ୍ତି।

୯ ଜଣଙ୍କୁ ଦିଲ୍ଲୀରେ କ୍ୱାରେଣ୍ଟାଇନ ସେଣ୍ଟରରେ ଏବଂ ଜଣେ ବିହାର କିଶନଗଂଜ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

You might also like