କରୋନା ଆକ୍ରାନ୍ତଙ୍କୁ ନେଇ ଭୁବନେଶ୍ୱରରେ ବଢ଼ିଲା ଚିନ୍ତା, ଚିହ୍ନଟ ହେଲେ ଆଉ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ହୋମ୍ କ୍ୱାରେଣ୍ଟିନ୍‌ରେ ଥିଲେ ଓ‌ ୬ଟି ଲୋକାଲ୍ କେସ୍ ରହିଛି। ଏ ନେଇ ବିଏମ୍‌ସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳରୁ ୨ଟି ଲୋକାଲ କେସ୍ ଚିହ୍ନଟ ହୋଇଛି। ଡୁମୁଡୁମା, ସାଲିଆ ସାହିରୁ ଜଣେ ଲେଖାଏ ଲୋକାଲ୍ କେସ୍ ଚିହ୍ନଟ ହୋଇଥିବାବେଳେ ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏ ଲୋକାଲ୍ କେସ୍ ଚିହ୍ନଟ ହୋଇଛି।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୧କୁ ବୃଦ୍ଧି ପାଇଛ। ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ଜଣ ସୁସ୍ଥ ସୁସ୍ଥ ହୋଇଥିବା ବେଳେ ୨୭ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ୨୧ ଜିଲ୍ଲାରୁ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ

You might also like