୨୧ ଜଣିଆ ମନ୍ତ୍ରିମଣ୍ଡଳରେ ୧୩ କୋଟିପତି : ଶୀର୍ଷରେ ନବୀନ

ଭୁବନେଶ୍ୱର :  ନବୀନଙ୍କ କୋଟିପତି ମନ୍ତ୍ରୀ। ୨୧ରୁ ୧୩ କୋଟିପତି। ନମ୍ବର ଏକରେ ନିଜେ ନବୀନ।  ମୋଟ ସଂପତ୍ତି ୬୩ କୋଟି ୮୭ ଲକ୍ଷ ୨୦୧୪ ତୁଳନାରେ ନବୀନଙ୍କ ସଂପତ୍ତି ବଢିଛି ୪୨୯ ପ୍ରତିଶତ।

୨୦୧୪ରେ ଥିଲା ୧୨ କୋଟି । ମନ୍ତ୍ରୀ ମଣ୍ଡଳର କୋଟିପତି ତାଲିକାର ୨ ନମ୍ବରରେ ଅଛନ୍ତି ନବକିଶୋର ଦାସ। ୨୦୧୪ରେ ୧୦ କୋଟି ସଂପତ୍ତିର ମାଲିକ ଥିଲେ ନବ। ଏବେ ୩୩ କୋଟିର ମାଲିକ।  ସଂପତ୍ତି ବଢିଛି ୨୨୯ ପ୍ରତିଶତ।

ତିନି ନମ୍ବରରେ ପ୍ରତାପ ଜେନା। ତାଙ୍କର ୪ କୋଟିର  ସଂପତ୍ତି ଏବେ ହୋଇଛି ୯ କୋଟି।  ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପତ୍ତି ବଢିଛି ୨୪୬ ପ୍ରତିଶତ। ୨ କୋଟିରୁ ବଢି ଏବେ ୯ କୋଟିର ମାଲିକ ହେଉଛନ୍ତି ଦିବ୍ୟ ଶଙ୍କର।

୨୦୧୪ରେ ମନ୍ତ୍ରୀଙ୍କ ହାରାହାରି ସଂପତ୍ତି ଥିଲା ୨ କୋଟି ୨୭ ଲକ୍ଷ। ଏବେ କିନ୍ତୁ ପଞ୍ଚମ ପାଳିର ମନ୍ତ୍ରୀଙ୍କ ହାରାହାରି ସଂପତ୍ତି ୭ କୋଟି ୩୪ ଲକ୍ଷ।

ନବୀନଙ୍କ ମନ୍ତ୍ରୀଙ୍କ ଅପରାଧିକ ପୃଷ୍ଠଭୂମି । ୨୧ରୁ ୮ ମନ୍ତୀଙ୍କ ନାଁରେ ଅଛି ବିଭିନ୍ନ ଅପରାଧ। ଏଥିରୁ ୭ ଜଣଙ୍କ ନାଁରେ ରହିଛି ସଙ୍ଗୀନ ମାମଲା। ସୁଦାମ ମାରାଣ୍ଡିଙ୍କ ନାଁରେ ଅଛି ସବୁଠୁ ଅଧିକ ୧୧ ଟି ମାମଲା।  ସୁଦାମଙ୍କ  ବ୍ୟତୀତ ସୁଶାନ୍ତ ସିଂ, ସମୀର ଦାଶ , ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକାଙ୍କ ନାଁରେ ବି ଅପରାଧ ମାମଲା ରହିଛି। ସତ୍ୟାପାଠ ଆଧାରରେ ଏ ତଥ୍ୟ ପଦାକୁ ଆଣିଛି ଏଡିଆର।

ଅନ୍ୟ ଏକ ରୋଚକ ତଥ୍ୟ ଅନୁସାରେ ୧୪୬ ବିଧାୟକଙ୍କ ମଧ୍ୟରୁ ୧୦୧ ବିଧାୟକଙ୍କୁ ଅଧା ଭୋଟର ଚାହୁଁନ ଥିଲେ ବି ସେମାନେ ଜିତିଛନ୍ତି। ବଡକଥା ହେଉଛି ୨୬ ବିଧାୟକ ଅପରାଧ ମାମଲା ଥାଇ ବି ନିର୍ମଳ ଭାବମୂର୍ତ୍ତି ଥିବା ପ୍ରାର୍ଥୀଙ୍କ ବିପକ୍ଷରେ ଜିତିଛନ୍ତି।

୨୦୧୪ ରେ ନିର୍ବାଚିତ ହୋଇ ପୁଣି ୨୦୧୯ରେ ନିର୍ବାଚିତ ହୋଇଥିବା ବିଧାୟକ ସଂଖ୍ୟା ହେଉଛି ୬୦। ତେବେ ଏମାନଙ୍କ ମଧ୍ୟରୁ ୫୪ ଜଣଙ୍କ ସଂପତ୍ତି ବଢିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ହେଉଛନ୍ତି ୫୧ ଜଣ। ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ସଂପତ୍ତି ସବୁଠୁ ଅଧିକ ୧୨ଶହ ୪୪ ପ୍ରତିଶତ ବଢିଛି। ନବୀନଙ୍କ କୋଟିପତି ଓ ଅପରାଧ ପୃଷ୍ଠଭୂମି ଥିବା ମନ୍ତ୍ରୀଙ୍କୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।

ଗୋଟିଏ ପଟେ ନବୀନ ନିଜ ମନ୍ତ୍ରୀଙ୍କୁ ସରଳ ଓ ନିରଳସ ଜୀବନ ବିତାଇବାକୁ ପରାମର୍ଶ ଦେଉଥିବା  ବେଳେ ୫ ବର୍ଷ ଭିତରେ ଏମାନଙ୍କ ସଂପତ୍ତି ଯେତେ ବଢିଛି ତାହା ହିଁ ପ୍ରମାଣ କରୁଛି ନେତା କେତେ ନିରାଡମ୍ବର ଜୀବନ ବିତାଉଛନ୍ତି।

ଆହୁରି ପଢ଼ନ୍ତୁ

You might also like