କୁମ୍ଭମେଳାରୁ କଟକ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ

  • କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା
  • କଟକ ରେଲ୍‌ୱେ ଷ୍ଟେସନରେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ
  • ୩୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିଲା 
  • ଆଜି ୨ଟି ଟ୍ରେନ୍‌ରେ କୁମ୍ଭମେଳା ଫେରନ୍ତା ଆସିବେ
  • କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ
  • ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ

କଟକ: କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା। ଗତକାଲି କଟକ ରେଲ୍‌ୱେ ଷ୍ଟେସନରେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମୁଦାୟ ୩୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ସେମାନଙ୍କୁ ହୋମ୍‌ ଆଇସୋଲେସନରେ ରଖା ଯାଇଛି।

ଆଜି ୨ଟି ଟ୍ରେନ୍‌ରେ କୁମ୍ଭମେଳା ଫେରନ୍ତା ଆସିବେ। ଏଥିଲାଗି କଟକ ରେଲ୍‌ୱେ ଷ୍ଟେସନରେ କୋଭିଡ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଇଛି। ୭୨ ଘଣ୍ଟା ମଧ୍ୟରେ ଯେଉଁମାନେ RTPCR ରିପୋର୍ଟ ନେଗେଟିଭ୍ ଦେଖାଇବେ ସେମାନଙ୍କୁ ରେଲ୍‌ୱେ ଷ୍ଟେସନର ମୁଖ୍ୟ ଗେଟ୍ ଦେଇ ଛଡ଼ା ଯାଉଛି। କରୋନା ଟେଷ୍ଟ ରିପୋର୍ଟ ନଥିଲେ ସମସ୍ତଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରିଛି କଟକ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (ସିଏମ୍‌ସି)ର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌।

ଗତକାଲି ପୁରୀରେ ୨୨ ଜଣ କୁମ୍ଭମେଳା ଫେରନ୍ତାଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୧୩ ଜଣ କୁମ୍ଭମେଳା ଫେରନ୍ତାଙ୍କ ରିପୋର୍ଟ ଆସିନି।

ଓଡ଼ିଶାରୁ ୧୫୦ ପରିବାର ଉତ୍ତରାଖଣ୍ଡର କୁମ୍ଭମେଳା ଯାଇଥିଲେ। ୧୫୦ଟି ପରିବାରରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯାଇଥିଲେ। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୨୫, ଖୋର୍ଦ୍ଧାରୁ ୧୦, ନବରଙ୍ଗପୁରରୁ ୨୦, ପୁରୀରୁ ୨୦ ଓ କଟକରୁ ୯ ପରିବାର କୁମ୍ଭମେଳା ଯାଇଥିଲେ ବୋଲି ସୂଚନା ମିଳିଛି।

କୁମ୍ଭମେଳା ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର (SRC) ନୂଆ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ RTPCR ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ SRC ଚିଠି କରିଛନ୍ତି। କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତିଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like