ବିଳମ୍ବିତ ରାତିରେ ୧୩ ଜଣଙ୍କୁ ଉଠାଇ ନେଲା ପୋଲିସ୍‌

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗାଁରେ ପୋଲିସ୍‌ ଗାଡ଼ି ପୋଡ଼ି ଘଟଣାରେ ୧୩ ଜଣଙ୍କୁ ଅଟକ ରଖାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘରେ ପଶି ପୋଲିସ୍‌ ୧୩ ଜଣଙ୍କୁ ଉଠାଇ ନେଇଛି। ଗତକାଲି ପଣସୁଧା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଘଟଣାର ସମାଧାନ ପାଇଁ ଗାଁରେ ପହଞ୍ଚିଥିବା ପୋଲିସ୍ ଗାଡ଼ିକୁ ପୋଡ଼ି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ଏହି ଘଟଣାରେ ପୋଲିସ୍‌ ୧୩ ଜଣଙ୍କୁ ଅଟକ ରଖିଛି।

ସୂଚନା ଅନୁସାରେ, ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ପଣସୁଧା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଗତକାଲି ଏହି ବିବାଦ ଉଗ୍ରରୂପ ନେଇଥିଲା। ସମାଧାନ ପାଇଁ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚିଥିଲା। ହେଲେ ପୋଲିସ୍‌ ଉପରେ ହିଁ ଲୋକେ ରାଗ ଶୁଝାଇଥିଲେ।

ଅଭିଯୋଗ ଅନୁସାରେ, ଘଟଣାସ୍ଥଳରେ ପୋଲିସ୍‌ର ଉପସ୍ଥିତ ସତ୍ତ୍ୱେ ଗୋଟିଏ ଗୋଷ୍ଠୀର ଲୋକେ ‌ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣ କରିଥିଲେ ବୋଲି ସୂଚନା ମିଳିଛି। ଲୋକମାନେ ଗୋଟିଏ ପୋଲିସ୍‌ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ବେଳେ ଆଉ ଏକ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଘଟଣା ପରେ ଏସ୍‌ଡିପିଓ ଓ ଏସ୍‌ପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ପଣସୁଧା ଗାଁରେ ଏକ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

You might also like