ତାତିରେ ଜଳୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୩ ସହର
ଭୁବନେଶ୍ୱର: ତାତିରେ ଜଳୁଛି ସାରା ଓଡ଼ିଶା। ଆଜି ବି ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା। ସେଠାରେ ତାପମାତ୍ରା ଥିଲା ୪୫.୫ ଡିଗ୍ରୀ ସେଲସିୟସ୍। ୪୦ ଡିଗ୍ରୀ ଉପରେ ରାଜ୍ୟର ୧୩ଟି ସହର ତାପମାତ୍ରା ଥିଲା। ୪୩ ଉପରେ ରହିଥିଲା ୯ଟି ସହର।
ତାଳଚେର ୪୪.୯, ବଲାଙ୍ଗିର ୪୪.୮, ଭବାନୀପାଟଣା ୪୪.୬, ଝାରସୁଗୁଡ଼ା ୪୪.୨, ଅନୁଗୁଳ ୪୩.୫, ସମ୍ବଲପୁର ୪୩.୩, ହୀରାକୁଦ ୪୩.୩, ବୌଦ୍ଧ ୪୩.୨, ସୋନପୁର ୪୨.୨, ମାଲକାନଗିରି ୪୨, ସୁନ୍ଦରଗଡ଼ ୪୧.୪ ଓ ଫୁଲବାଣୀରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଥିଲା। ସେପଟେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିଛି।
ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଥିଲା। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଅତ୍ୟଧତ୍କ ଗରମ ଅନୁଭୂତ ହେବ। ପାଣିପାଗ ବିଭାଗ ପକ୍ଷରୁ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୭, ୨୮ ଓ ୨୯ ତାରିଖ ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।