ଭୁବନେଶ୍ୱରରୁ ୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ଲୋକାଲ୍‌ କେସ୍‌ ଥିବାବେଳେ ୮ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ହୋମ୍‌ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ ପୁରୁଷ ଥିବାବେଳେ ୨ଜଣ ମହିଳା ଅଛନ୍ତି। ଟଙ୍କପାଣି ରୋଡ ଅଞ୍ଚଳରୁ ୫ଜଣ ହୋମ୍‌ କ୍ୱାରେଣ୍ଟନ୍‌ରୁ ଚିହ୍ନଟ ହୋଇଥିବାବେଳେ ନୂଆଗାଁ ଅଞ୍ଚଳରୁ ୨ଜଣ, ୟୁନିଟ୍‌-୧ରୁ ଜଣେ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ହୋଇଥିବା ୫ଲୋକାଲ କେସ୍‌ ମଧ୍ୟରୁ ଜଣେ ଖଣ୍ଡଗିରି ଶରଧାବାଲି ବସ୍ତିରୁ ୨୧ବର୍ଷୀୟ ଯୁବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଭୀମଟାଙ୍ଗି ଅଞ୍ଚଳରୁ ଜଣେ ଯୁବକ, ସାଲିଆସାହିର ଜଣେ ରେଲୱେ ଷ୍ଟାଫ୍ ଓ ନୀଳାଦ୍ରୀ ବିହାରର ୫୭ବର୍ଷୀୟ ବ୍ୟକ୍ତି ଓ ନୀଳଚକ୍ର ନଗରର ଜଣେ ଯୁବତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱରରୁ ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅଧିକ କରୋନା ଖବର ପଢ଼ନ୍ତୁ

ଆହୁରି ପଢ଼ନ୍ତୁ

ଓଡ଼ିଶାରେ ଆଉ ୫୭୦ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାରେ ଆଉ ୪୬୯ କରୋନା ଆକ୍ରାନ୍ତ‌ ଚିହ୍ନଟ, ୯ ହଜାର ପାର୍‌ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪ କରୋନା ରୋଗୀ

ରାଜ୍ୟରେ କରୋନା ରେକର୍ଡ; ୫୬୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରୁ ଚିହ୍ନଟ ନୂଆ ୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ଲୋକାଲ୍ କେସ୍

ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ ଆଉ ୧୭୦  ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠାରୁ ଅଧିକ

ରାଜ୍ୟରେ ଆଉ ୨୮୨ କରୋନା ପଜିଟିଭ୍‌‌ ଚିହ୍ନଟ, ୨୬ଟି ଲୋକାଲ୍ କେସ୍

ଭୁବନେଶ୍ୱରରୁ ବାହାରିଲେ ୧୧ କରୋନା ରୋଗୀ

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨ କରୋନା ପଜିଟିଭ୍‌

ଭୁବନେଶ୍ୱରରୁ ପୁଣି ଚିହ୍ନଟ ହେଲେ ୨ କରୋନା ରୋଗୀ