ଭୁବନେଶ୍ୱରରେ ଆଜି ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରୁ ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ କ୍ୱାରେଣ୍ଟିନ ଓ ୪୩ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କେବଳ ଗୋଟିଏ କ୍ୱାରେଣ୍ଟିନ ସେଣ୍ଟରରୁ ୧୮ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସାଲିଆସାହି, ସତ୍ୟନଗରରୁ ଓ ଭରତପୁରରୁ ୬ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ ପୋଲିସ କର୍ମଚାରୀ, ୪ ଘରୋଇ ହସ୍ପିଟାଲ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିଭଳି ଅଶୋକ ନଗରରୁ ୩, ନିଉ ଫରେଷ୍ଟ ପାର୍କରୁ ୩, ବରମୁଣ୍ଡାରୁ ୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସୂଚନା ଦେଇଛି। ଏକ ଘରୋଇ ହସ୍ପିଟାଲର ୪ କର୍ମଚାରୀ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି। ଅନ୍ୟ ଏକ ଘରୋଇ ହସ୍ପିଟାଲର ୩, ଏକ ମିଡିଆ ହାଉସର ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କଟକ ସହରରେ  ବି ଆଜି ୨୨ କରୋନା ପଜିଟିଭ୍ ଚିହ୍ନ ହୋଇଛନ୍ତି। ସେଥିମଧ୍ୟରୁ ୧୫ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭ ଲୋକାଲ୍‌ କେସ୍ ରହିଛି। ଆଜି ରାଜ୍ୟରୁ ଦିନକରେ ୧,୪୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୮୫  ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଛି।

ସେହିପରି କରୋନାରେ ଆଜି ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

You might also like