ଓଡ଼ିଶାରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧,୨୬୪ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଓଡ଼ିଶାରେ ୧,୨୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ୧,୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୪୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୧୭ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯ ରେ ପହଞ୍ଚିଛି।