ଭୁବନେଶ୍ୱରରେ ଆଉ ୧୨୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରରେ ଆଉ ୧୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୬ରୁ କ୍ୱାରେଣ୍ଟିନରୁ ୭୭ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୟୁନିଟ ୧ ତାରିଣୀ ବସ୍ତିରୁ ୧୦, ୟୁନିଟ-୯ ବାୟାବାବା ବସ୍ତିରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ୮ ଜଣ ପୋଲିସ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍‌ସି।

ସେହିଭଳି ଖଣ୍ଡଗିରି ତପୋବନ ବସ୍ତିରୁ ୬, ବଡ଼ଗଡ଼ ବ୍ରିଟ କଲୋନିରୁ ୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଇଗିଣିଆରୁ ୩, ଓଲ୍ଡ ଟାଉନରୁ ୩, ନୟାପଲ୍ଲୀ ନୂଆସାହିରୁ ୩ ଚିହ୍ନଟ ହୋଇଛନ୍ତି। ବରମୁଣ୍ଡାରୁ ୩, ଡୁମୁଡୁମାରୁ ୪, ଭରତପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୀଳାଦ୍ରି ବିହାରରୁ ମଧ୍ୟ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଓ ଶୈଳଶ୍ରୀ ବିହାରରୁ ୧ ମିଡିଆ ହାଉସ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସେହିଭଳି ଆଜି କଟକ ସହରରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରୁ ମଧ୍ୟ ୧୬୦୨ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ଜୀବନ ଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭାଇରସ। ଏହି ୫ ପ୍ରକାରର ଭାଇରସ ହେଲା- 19A, 19B, 20A, 20B ଓ 20C କରୋନା ଭାଇରସ। ଏନେଇ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।

ଏମାନଙ୍କ ମଧ୍ୟରୁ ରାଜ୍ୟରେ ସବୁଠାରୁ ଅଧିକ 20A, 20B ପ୍ରକାର ଭାଇରସ ଠାବ ହୋଇଛି। ତା ଠାରୁ ଆଶ୍ଚର୍ଯ୍ୟର କଥା ହେଲା 20C ପ୍ରକାରର ଭାଇରସ କେବଳ ଓଡ଼ିଶାରୁ ଠାବ ହୋଇଛି। ଅନ୍ୟ କେଉଁଠାରେ ଏହି ଭାଇରସ୍‌ ଦେଖାଯାଇ ନାହିଁ ବୋଲି ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

 

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like