ଅସମ୍ଭାଳ ଭୁବନେଶ୍ୱର! ଅଟା କଳରୁ ଆଉ ୩୫ କର୍ମଚାରୀ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ସଂଗୀନ ରୂପ ଧାରଣା କଲା କରୋନା। ଆଜି କେବଳ ଦିନକରେ ୧୨୬ ପଜିଟିଭ୍ ବାହାରିଛନ୍ତି। ଏମାନଙ୍କ ମଧ୍ୟରୁ ୯୩ କ୍ୱାରେଣ୍ଟିନ ସେଣ୍ଟରର ଏବଂ ୩୩ ଲୋକାଲ କଣ୍ଟାକ୍ଟ କେସ୍। ସବୁଠାରୁ ବଡ଼ କଥା ହେଲା, କରୋନା ବିରୋଧୀ ଯୁଦ୍ଧରେ କଣ୍ଟା ସାଜିଲା ମଞ୍ଚେଶ୍ୱରର ଅଟା କଳ। ସମ୍ପୃକ୍ତ ଅଟାକଳର ଆଉ ୩୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଅଟା କଳର ୨୬ କର୍ମଚାରୀ କରୋନା ଚିହ୍ନଟ ହୋଇଥିଲେ। ୨ ଦିନରେ ମୋଟ ୬୧ କର୍ମଚାରୀ ସଂକ୍ରମିତ ପରେ ଏବେ ଛନକା ପଶିଛି।

କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:-

ମଞ୍ଚେଶ୍ୱରରେ ଥିବା ଏକ ଅଟାକଳର ଆଉ ୩୫ କର୍ମଚାରୀ ଆକ୍ରାନ୍ତ। ଚନ୍ଦ୍ରଶେଖରପୁରରୁ ୯, ୟୁନିଟ-୨ ଅଞ୍ଚଳରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରସୁଲଗଡ଼ରୁ ୪, ଏକ ଘରୋଇ ହସ୍ପିଟାଲର ୪ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି।


ରିଜର୍ଭ ପୋଲିସ କଲୋନିରୁ ୩, ନୟାପଲ୍ଲୀ ଅଞ୍ଚଳରୁ ୨ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଆଜି ମୋଟ ୮୧ ଜଣ ସୁସ୍ଥ ସୂଚନା ଦିଆଯାଇଛି।

ସେହିପରି ଓଡ଼ିଶାରେ ୧,୨୬୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୪୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୧୭ ରହିଛି।

ଆହୁରି ପଢ଼ନ୍ତୁ

You might also like