ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୧, ୨୪୭

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ  ୧,୨୪୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ଧରି ଖୋଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ବୃଦ୍ଧି ପାଇଛି । ଆଜି ଖୋଦ୍ଧାରୁ ସର୍ବାଧିକ ୨୦୬  ପଜିଟିଭ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  କଟକରୁ ୧୦୫ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ  ୧,୨୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୯  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୧୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୩,୯୪୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨,୬୬,୧୦୫ ଜଣ ସୁସ୍ଥ ହୋଇଥିବାବେଳେ ୧୬, ୫୧୨ ଆକ୍ଟିଭ କେସ ରହିଛି।

 

You might also like