ସ୍ୱତନ୍ତ୍ର ଟ୍ରେନ୍‌ରେ ଓଡ଼ିଶା ଫେରିଲେ ଆଉ ୧୨ ଶହ ପ୍ରବାସୀ ଓଡିଆ

ବ୍ରହ୍ମପୁର: ଓଡ଼ିଶା ଫେରିଲେ ଆଉ ୧୨ ଶହ ପ୍ରବାସୀ ଓଡିଆ। କେରଳ ଏର୍ଣ୍ଣାକୁଲମ୍‌ରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଏହି ପ୍ରବାସୀ ଓଡିଆ, ଓଡ଼ିଶା ଫେରିଛନ୍ତି। ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ପରେ ସମସ୍ତଙ୍କୁ ପ୍ରାୟ ୩୦ଟି ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଇଛି ପ୍ରଶାସନ।

ନିଜ ନିଜ ଅଞ୍ଚଳରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି।  ତେବେ ପ୍ରବାସୀ ଓଡିଆଙ୍କୁ ନେଇ ଆହୁରି ୨ଟି ଟ୍ରେନ୍ ସୁରତରୁ ଆସୁଥିବା ସୂଚନା ମିଳିଛି। ଲକ୍‌ଡାଉନ୍ ଯୋଗୁ ଲକ୍ଷ ଲକ୍ଷ ଓଡିଆ ରାଜ୍ୟ ବାହାରେ ଫସି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଆହୁରି ପଢ଼ନ୍ତୁ

You might also like