ବନ୍ଦ ଯୋଗୁ ୧୨ ଟ୍ରେନ୍‌ ବାତିଲ୍‌

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ମହାବନ୍ଦ ଯୋଗୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ବନ୍ଦ ଯୋଗୁ ୧୨ଟି ଟ୍ରେନ୍‌କୁ ବାତିଲ କରାଯାଇଛି।

୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା- ସମ୍ବଲପୁର ଏକ୍ସପ୍ରେସ୍, ୧୮୩୦୩/୧୮୩୦୪ ସମ୍ବଲପୁର- ପୁରୀ ଏକ୍ସପ୍ରେସ୍, ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗିର- ଭୁବନେଶ୍ୱର ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକୁ ଉଭୟ ଦିଗରୁ ବାତିଲ୍‌ କରାଯାଇଛି।

ଏଥିସହ ସମ୍ବଲପୁର- ଝାରସୁଗୁଡ଼ା ପାସେଞ୍ଜର୍‌, ସମ୍ବଲପୁର-କୋରାପୁଟ/ଜୁନାଗଡ଼ ରୋଡ଼ ପାସେଞ୍ଜର୍‌, ଟିଟଲାଗଡ଼- ସମ୍ବଲପୁର ପାସେଞ୍ଜର୍‌, ରାଉରକେଲା- ସମ୍ବଲପୁର ପାସେଞ୍ଜର୍‌, ବିଳାସପୁର- ଟିଟଲାଗଡ଼ ପାସେଞ୍ଜର୍ ଓ ସମ୍ବଲପୁର ଜମ୍ମୁ ତାୱି ଏକ୍ସପ୍ରେସ୍‌କୁ ବାତିଲ୍‌ କରାଯାଇଛି।

ଏଥିସହ ୫ଟି ଟ୍ରେ‌ନ୍‌ର ଗତିପଥକୁ ଆଂଶିକ ବାତିଲ୍‌ କରାଯାଇଛି। ୧୨୮୩୬ ଯଶବନ୍ତପୁର -ହାଟିଆ ଏକ୍ସପ୍ରେସ୍‌, ୧୨୮୮୦ ଭୁବନେଶ୍ୱର- ଏଲଟିଟି ଏକ୍ସପ୍ରେସ୍‌ ଓ ୧୮୪୨୨ ଆଜମୀର- ପୁରୀ ଏକ୍ସପ୍ରେସର ଗତିପଥ ବଦଳାଯାଇଛି।

ମହା ବନ୍ଦର ପ୍ରଭାବ ବଲାଙ୍ଗିର ମଧ୍ୟ ପଡ଼ିଛି। ଇସ୍ପାତ୍ ଏକ୍ସପ୍ରେସ୍‌ରେ ଯାଉଥିବା ବଲାଙ୍ଗିରର ଚାଷୀମାନେ ଏଥିପାଇଁ ହଇରାଣ ହୋଇଛନ୍ତି। ବଲାଙ୍ଗିରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଇସ୍ପାତ ଏକ୍ସପ୍ରେସ୍‌ ବରଗଡ଼ରେ ଗୋଟିଏ ଘଣ୍ଟା ରହି ପୁଣି ଟିଟିଲାଗଡ଼ ପଟକୁ ଫେରି ଅାସିଥିଲା। ଟ୍ରେନରେ ଥିବା ଟି.ଟି.ଅାଇ, ଯାତ୍ରୀମାନଙ୍କୁ ନିଜ ନିଜ ଟ୍ରେ‌ନ୍‌ ଷ୍ଟେସନରେ ଟଙ୍କା ଫେରସ୍ତ କରାଯିବ ବୋଲି କହିଥିଲେ।

ବଲାଙ୍ଗିରରେ ପ୍ରାୟ ୪୦ ଜଣ ଯାତ୍ରୀ ଟ୍ରେନରୁ ଓହ୍ଳାଇ ନିଜର ଟଙ୍କା ଫେରସ୍ତ ପାଇଁ ଟିକେଟ କାଉଣ୍ଟର ଓ ଷ୍ଟେସନ ମାଷ୍ଟରଙ୍କ ପାଖରେ ଜଣାଇଥିଲେ। କିନ୍ତୁ ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି କହିଥିଲେ ଷ୍ଟେସନ୍‌ ମାଷ୍ଟର୍‌ କହିବାରୁ ଯାତ୍ରୀ ମାନେ ଷ୍ଟେସନ୍‌ ମ୍ୟାନେଜରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଷ୍ଟେସନ୍‌ ମ୍ୟାନେଜର୍‌ ସମ୍ବଲପୁର ଡି.ଅାର୍‌.ଏମ୍‌ଙ୍କ ସହିତ ଅାଲୋଚନା କରି, ଟିକେଟ ଟଙ୍କା ଫେରସ୍ତ କରିବା ପାଇଁ ଚେଷ୍ଟା କରୁଥିବା କହିବା ପରେ, ଯାତ୍ରୀ ମାନେ ଧାରଣାରୁ ହଟିଥିଲେ।

You might also like