ଇଷ୍ଟ୍‌କୋଷ୍ଟ୍‌ ରେଲ୍‌ୱେ ପକ୍ଷରୁ ଗଡ଼ିବ ୧୨ ଯୋଡ଼ା ଟ୍ରେନ

ଭୁବନେଶ୍ୱର: ଜୁନ୍ ୧ରୁ ଇଷ୍ଟ୍‌କୋଷ୍ଟ୍‌ ରେଲ୍‌ୱେ ପକ୍ଷରୁ ଚାଲିବ ୧୨ ଯୋଡ଼ା ଟ୍ରେନ୍‌। ଏନେଇ ଇଷ୍ଟ୍‌କୋଷ୍ଟ୍ ରେଲ୍‌ୱେ ପକ୍ଷରୁ ଟ୍ରେନ୍‌ ଗୁଡ଼ିକର ନାଁ ପ୍ରକାଶ କରାଯାଇଛି।

ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍‌, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ୍‌, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଏବଂ ପୁରୀ-ସିଆଲଦା ଦୁରନ୍ତ ଏକ୍ସପ୍ରେସ୍‌ ଗଡ଼ିବ। ଏହାସହ ବିଶାଖାପାଟଣା-ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍‌, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ୍‌, ହାୱଡା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ୍‌, ଧାନବାଦ-ଆଲେପି ଏକ୍ସପ୍ରେସ୍‌, ହାୱଡା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ୍‌ ଟ୍ରେନ୍ ମଧ୍ୟ ଚାଲିବ।

ସେହିପରି ହାୱଡା- ମୁମ୍ବାଇ, ହାୱଡା-ଅହମ୍ମଦାବାଦ ଓ ହାୱଡାରୁ ବଡ଼ବିଲ ଏକ୍ସପ୍ରେସ୍‌ ଚାଲିବା ନେଇ ଇଷ୍ଟ୍‌କୋଷ୍ଟ୍‌ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି।

You might also like