ବସ ଦୁର୍ଘଟଣା: ୩ମୃତ, ୬ ଆହତ….ବିନା ଚିହ୍ନାରେ ଥାନା ଓ ଡାକ୍ତରଖାନା ମନା??
ବର୍ତ୍ତମାନ କଣ ରହିଛି ମୁଖ୍ୟ ଖବର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୨ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ। ମନ କି ବାତରେ ମୋଦି ବିଭିନ୍ନ ପ୍ରସଙ୍ଗରେ ମନର କଥା କହିଛନ୍ତି। ଏହା ପୂର୍ବରୁ ମନର କଥାରେ କେଉଁ ପ୍ରସଙ୍ଗ ଆଲୋଚନା କରିବେ, ସେନେଇ ଶୁକ୍ରବାର ଦିନ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଥିଲେ ମୋଦି। ତେବେ ଚାଷୀ ଆନ୍ଦୋଳନ ଓ କୃଷି ଆଇନ ପ୍ରସଙ୍ଗ ଚର୍ଚ୍ଚାରେ ଥିବାରୁ ମୋଦି ସେନେଇ ମଧ୍ୟ ମତାମତ ରଖିଛନ୍ତି। ଏହାଛଡ଼ା ନୂଆବର୍ଷ ଓ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ସଂପର୍କରେ ମୋଦି ନିଜର ମତ ରଖିବେ ବୋଲି ଜୋରସୋରରେ ଚର୍ଚ୍ଚା ଧରିଥିଲା।
କୋରାପୁଟ
ନୂଆ କୃଷି ଆଇନ୍ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇବା ପାଇଁ ଆଜି କୋରାପୁଟରେ କୃଷକ ସମାବେଶ। ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶହ ଶହ ଚାଷୀ ଯୋଗ ଦେବେ। ସମାବେଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ପ୍ରମୁଖ ଯୋଗ ଦେବେ ।
#ଦୁର୍ଘଟଣା_ହେଲା_ବସ୍ #୩_ଜଣଙ୍କ_ଚାଲିଗଲା_ଜୀବନ
ଦୁର୍ଘଟଣା ହେଲା ବସ୍। ୩ ଜଣଙ୍କ ଚାଲିଗଲା ଜୀବନ। ୬ ଆହତ। #Rourkela #BusAccident pic.twitter.com/LR6hUdh8Ma— ଓଟିଭି (@otvkhabar) December 27, 2020
ନୂଆ କୃଷି ଆଇନରେ କଣ ରହିଛି, ଏହାଦ୍ୱାରା ଚାଷୀ କିଭଳି ଲାଭବାନ ହେବେ? ସେ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇବେ ବିଜେପି ନେତା। ଗତକାଲି ଢେଙ୍କାନାଳରେ ବିଶାଳ କୃଷକ ସମାବେଶ ହୋଇଥିଲା।
ରାଉରକେଲା
ରାଉରକେଲା ବାଲୁ ଘାଟ ଅଞ୍ଚଳରେ ବସ୍ ଦୁର୍ଘଟଣାରେ ୩ ଜଣକର ମୃତ୍ୟୁ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ମଧ୍ୟରେ ଥିବା ଶିଶୁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
#ଦୁର୍ଘଟଣା_ହେଲା_ବସ୍ #୩_ଜଣଙ୍କ_ଚାଲିଗଲା_ଜୀବନ
ଦୁର୍ଘଟଣା ହେଲା ବସ୍। ୩ ଜଣଙ୍କ ଚାଲିଗଲା ଜୀବନ। ୬ ଆହତ। #Rourkela #BusAccident pic.twitter.com/LR6hUdh8Ma— ଓଟିଭି (@otvkhabar) December 27, 2020
ମାଆ ତାରିଣୀ ନାମକ ବସଟି ଯାତ୍ରୀଙ୍କୁ ଧରି ଲାଠିକଟାରୁ ରାଉରକେଲା ଆସୁଥିଲା। ତେବେ ବାଲୁଘାଟ ପାଖରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିଲା ବେଳେ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ୱର
ଆଉ ଜଣେ ବ୍ରିଟେନ୍ ଫେରନ୍ତା ପଜିଟିଭ୍। ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ଆଉ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ଯେଉଁ ୪ ବର୍ଷ ଶିଶୁର ପଜିଟିଭ୍ ବାହାରିଥିଲା, ତାଙ୍କ ବାପାଙ୍କର ମଧ୍ୟ ରିପୋର୍ଟ ପଜିଟିଭ୍ ଆସିଛି।
ଆଉ ଜଣେ ବ୍ରିଟେନ୍ ଫେରନ୍ତା କରୋନା ପଜିଟିଭ୍। ଏ ନେଇ ସୂଚନା ଦେଲେ ବିଏମସି କମିଶନର ପ୍ରେମଚନ୍ଦ୍ର। #Bhubaneswar #COVID19 #Coronavirus pic.twitter.com/3EnxBLkqo6
— ଓଟିଭି (@otvkhabar) December 27, 2020
ପୂର୍ବରୁ ଗତ ୧୮ ତାରିଖରେ ଭୁବନେଶ୍ୱର ଫେରିଥିବା ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ତାଙ୍କ ପରିବାରର ଆଉ କାହାରି ପଜିଟିଭ୍ ଆସିନଥିବା ସ୍ପଷ୍ଟ କରିଛନ୍ତି ବିଏମସି କମିଶନର।
ଭୁବନେଶ୍ୱର
ଥାନା ଓ ଡାକ୍ତରଖାନା ଏଦୁଇଟି ସ୍ଥାନରେ ଦରକାର ଚିହ୍ନା ପରିଚୟ। ନହେଲେ କେତେବେଳେ କଣ ହୋଇଯିବ ଠିକଣା ନଥାଏ ଏଭଳି କଥା କହିଛନ୍ତି ଖୋଦ୍ ଶାସକ ଦଳ ନେତା ଅରୂପ ପଟ୍ଟନାୟକ। ଚର୍ଚ୍ଚା ହେଉଛି, ଭାଷଣ ଦେଉ ଦେଉ ସରକାରୀ ବ୍ୟବସ୍ଥାର ଗୁମର ଖୋଲିଦେଲେ କି ଅରୂପ? ବିଜେଡି ପ୍ରତିଷ୍ଠା ଦିବସ ଉପଲକ୍ଷେ ଖୋର୍ଦ୍ଧାରେ ଆୟୋଜିତ ସଭାରେ ଦଳୀୟ ନେତା ତଥା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ସମ୍ବୋଧନ ବେଳେ, ମେଡିକାଲରେ ମୋ ପରିବାର ହେଲ୍ପଡେସ୍କ ଖୋଲାଯିବା ପ୍ରସଙ୍ଗ ଉଠାଇଥିଲେ।
#କହୁ_କହୁ_କହିଦେଲେ!
ସରକାରୀ ବ୍ୟବସ୍ଥାର ଗୁମର ଖୋଲିଦେଲେ କି ଅରୂପ? ‘ଥାନା ଓ ଡାକ୍ତରଖାନାରେ ଦରକାର ଚିହ୍ନା ପରିଚୟ, ନହେଲେ କେତେବେଳେ କଣ ହୋଇଯିବ ଠିକଣା ନଥାଏ’। ଶୁଣନ୍ତୁ ସେ କ’ଣ କହୁଛନ୍ତି। #ArupPatnaik #khordha #Odisha @bjd_odisha pic.twitter.com/YsRpUYh4Vl— ଓଟିଭି (@otvkhabar) December 27, 2020
ଏହାପରେ କହିଥିଲେ ଯେ ଚିହ୍ନା ପରିଚୟ ନଥିଲେ ଆପଣ ଥାନାକୁ ଏଫଆଇଆର୍ ଦେବାକୁ ଯାଇଥିବେ ଓ ନିଜେ ବନ୍ଦ ହୋଇଯିବେ ଏବଂ ଡାକ୍ତରଖାନାକୁ ଏ ଗୋଡ଼ ପାଇଁ ଯାଇଥିବେ ସେ ଗୋଡ଼ ଅପରେସନ ହୋଇଯିବ। ଡାକ୍ତରଖାନାରେ ଚିକିତ୍ସା ଅବହେଳା ଓ ପୋଲିସର ଅସହଯୋଗ ନେଇ ବାରମ୍ବାର ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ଅରୂପଙ୍କ ଏଭଳି ବକ୍ତବ୍ୟ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଏହି ପ୍ରସଙ୍ଗକୁ ନେଇ ଅରୂପଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସୁନ୍ଦରଗଡ
ମଦ୍ୟପ ବାଇକ ଚାଳକକୁ ୨୨ ହଜାର ୫ଶହ ଟଙ୍କା ଫାଇନ୍। ସୁନ୍ଦରଗଡ଼ ପରିବହନ ବିଭାଗ ପକ୍ଷରୁ ଚେକିଂ ବେଳେ ଜଣେ ବାଇକ ଚାଳକଙ୍କୁ ଏହି ଫାଇନ୍ କରାଯାଇଛି। ରାଜଗାଙ୍ଗପୁର ଘୋଘର ଛକ ନିକଟରେ ଯାଞ୍ଚ ବେଳେ ଧରାପଡିଥିଲେ ଏହି ଚାଳକ ଜଣକ। ସେ ମଦ ପିଇ ଗାଡ଼ି ଚଳାଇବା ସହ ପାଖରେ ଡିଏଲ୍ ଏବଂ ଗାଡି ଇନସୁରାନ୍ସ ରଖିନଥିବାରୁ ବିଭାଗ ପକ୍ଷରୁ ଏହି ଫାଇନ୍ କରାଯାଇଛି।