ଗୋଟିଏ ଜିଲ୍ଲାରୁ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ୧୨ କରୋନା ପଜିଟିଭ ଚିହ୍ନଟ। ୧୨ ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲାପାଳ ମଧୁସ୍ମିତା ସାହୁ। ନୂଆପଡା ଜିଲ୍ଲାରୁ ଆଜି ପୁଣି ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ମୁମ୍ୱାଇ ଫେରନ୍ତା ଓ ଜଣେ ହାଇଦ୍ରାବାଦ ଫେରନ୍ତା। ୪ ଜଣଙ୍କ ଲକ୍ଷଣ ଥିଲା କିନ୍ତୁ ୮ ଜଣଙ୍କ ଲକ୍ଷଣ ଜଣା ପଡୁ ନ ଥିଲା। ସମସ୍ତେ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ।

ଏମାନଙ୍କ ମଧ୍ୟରେ ଖଡିଆଳ ବ୍ଲକରୁ ୪, ସିନାପାଲି ବ୍ଲକରୁ ୩, ବୋଡେନ ବ୍ଲକରୁ ୩ ଜଣ ଓ ନୂଆପଡା ବ୍ଲକରୁ ୨ ଜଣ ଥିବା ସୂଚନା ଦେଇଛନ୍ତି। ସମସ୍ତଙ୍କୁ ବଲାଙ୍ଗିର କୋଭିଡ ହସ୍ପିଟାଲକୁ ପଠାଯାଇଛି। ଆଗରୁ ନୂଆପଡାରେ ୧୪ ଜଣ ଆକ୍ରାନ୍ତ ହୋଇଥିଲେ।

ସମସ୍ତ ଟିଏମସି ଏରିଆକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଟିଏମସିରୁ ୭ କିମି ଦୂରବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍ ଘୋଷଣା କରାଯାଇଛି ।

ରାଜ୍ୟରେ ଆଜି ସକାଳେ ୬୩ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

You might also like