ଟଙ୍କା ନେଇଯାଉଥିଲେ ସାବଧାନ! ନଜର ରଖିଛନ୍ତି ଲୁଟେରା; ଦୁଇଟି ସ୍ଥାନରୁ ୧୨ ଲକ୍ଷ ଲୁଟ୍

ରାଉର୍‌କେଲା/ବଲାଙ୍ଗିର୍: ରାଜ୍ୟରେ ଦିନକୁ ଦିନ ଲୁଟ୍‌ତରାଜ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଲୁଟ୍‌ପାଟ୍‌ର ଖବର ଶୁଣିବାକୁ ମିଳୁଛି। ଆଜି ଗୋଟିଏ ଦିନରେ ଦୁଇଟି ଜାଗାରୁ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି।

ରାଉରକେଲା ମହାନଗର ଅଫିସ ସମ୍ମୁଖରୁ ରଂଜନ କୁମାର ଧଳ ନାମକ ବ୍ୟକ୍ତିଙ୍କଠାରୁ ୨ଜଣ ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଏହି ଲୁଟ୍ କରିଥିବା ଜଣାପଡ଼ିଛି। ଲୁଟ୍‌ର ଶିକାର ରଂଜନ କୁମାର ଧଳ ଏକ ଘରୋଇ କମ୍ପାନୀରେ ମ୍ୟାନେଜର ଭାବେ କାମ କରୁଛନ୍ତି।

କର୍ମଚାରୀଙ୍କ ପାଉଣା ଲାଗି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବାବେଳେ ଏହି ଲୁଟ୍ ହୋଇଛି। ଲୁଟ୍ କରି ଘଟଣାସ୍ଥଳରୁ ଫେରା ହୋଇଯାଇଛନ୍ତି ଲୁଟେରା।

ଏହିଘଟଣାରେ ଉଦିତ ନଗର ଥାନା ପୁଲିସ ବ୍ୟାଙ୍କର ସିସିଟିଭି ଚିତ୍ରକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

ସେହିଭଳି ବଲାଂଗିରରେ ଜଣେ ବ୍ୟବସାୟୀଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ଆସିଛି। ଆନନ୍ଦ ଅଗ୍ରଓ୍ୱାଲ ନାମକ ଜଣେ ବ୍ୟବସାୟୀ ଦୋକାନ ବନ୍ଦ କରି ଟଙ୍କା ନେଇ  ରାତି ୯ ଟାରେ ସ୍କୁଟିରେ ଘରକୁ ଫେରୁଥିଲେ। ସେ ଘର ସାମ୍ନାରେ ପହଂଚି ସ୍କୁଟି ଡିକିରୁ ଟଙ୍କା ବ୍ୟାଗ କାଢୁଥିବା ବେଳେ ଦୁର୍ବତ୍ତ ଏକ ପଲସର୍‌ ଗାଡ଼ିରେ ଆସି ଟଙ୍କା ବ୍ୟାଗ ଧରି ଫେରାର ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି।

 

 

You might also like