‘ଫୋନି’ ତାଣ୍ଡବ: ପୁରୀରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା

ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁରୀ ଏଡିଏମ୍ଓଙ୍କ ସୂଚନା ଅନୁଯାୟୀ, ଏହି ୧୨ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ମେଡ଼ିକାଲକୁ ଅଣାଯାଇଛି।

ମୃତକ ମାନେ କେଉଁ ଅଞ୍ଚଳର, କେଉଁଭଳି ଅବସ୍ଥାରେ ଏମାନଙ୍କର ମୃତ୍ୟୁ ହୋଇଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ତେବେ ଏହି ମୃତ୍ୟୁ ସଂଖ୍ୟାକୁ ଯଦି ମିଶାଯାଏ, ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଆଶଙ୍କା କରାଯାଉଛି।

You might also like