ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବରଗଡ଼: ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନରେ ୩୨ଟି ସଂଗଠନ ସାମିଲ ହୋଇଛନ୍ତି।

ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଲୋକଙ୍କ ଅଭିଯୋଗ ହେଲା, ପଦ୍ମପୁର ଉପଖଣ୍ଡରେ ଥିବା କିଛି ବ୍ଲକ୍‌ ଓ ଗାଁ ବରଗଡ଼ ଜିଲ୍ଲା ସଦର ମହକୁମାରୁ ୧୫୦-୧୬୦ କିଲୋମିଟର ଦୂରରେ ଥିବାରୁ ଏହି ଅଞ୍ଚଳ ପ୍ରତି ପ୍ରଶାସନର ଦୃଷ୍ଟି ପଡୁ ନାହିଁ। ଫଳରେ ଲୋକେ ଅବହେଳିତ ଅବସ୍ଥାରେ ରହୁଛନ୍ତି।

ପଦ୍ମପୁର ଉପଖଣ୍ଡ ମଧ୍ୟ ଅଣଜଳସେଚିତ ଅଞ୍ଚଳ। ବରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ଲାଗି କରି ରହିଥିବା ଏହି ଅଞ୍ଚଳର ଅବସ୍ଥା କେବିକେ ପରି।

୧୯୯୪ରେ ଯେତେବେଳେ ରାଜ୍ୟର ଜିଲ୍ଲା ସଂଖ୍ୟା ୩୦କୁ ବୃଦ୍ଧି କରାଗଲା, ସେତେବେଳେ ପଦ୍ମପୁରକୁ ମଧ୍ୟ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ହୋଇଥିଲା। ପଦ୍ମପୁରକୁ ଜିଲ୍ଲା ନ କରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଲୋକେ କହିଛନ୍ତି।

You might also like