• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ବଲାଙ୍ଗିର: ଯୁବ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଗ୍ରୱାଲ ସଭା ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।

ଯୁବ ବ୍ୟବସାୟୀ ଆଶିଷ ଜୈନଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ପ୍ରବୀଣ ସାଲୁଜାଙ୍କୁ ଗିରଫ ଦାବିରେ ଏହି ବନ୍ଦ ପାଳନ ହେଉଛି।

ସହରରେ ଦୋକାନ ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ତେବେ ବସ୍ ଚଳାଚଳ, ସ୍କୁଲ କଲେଜ ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ଏଥିରେ ବିଜେପି ଓ ବିଜେଡି ନେତାମାନେ ସାମିଲ ହୋଇଛନ୍ତି।

ଆନ୍ଦୋଳନକାରୀ ଇନ୍ଦିରା ଛକରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି।

ସୂଚନାଥାଉ କି, ଗତ ନଭେମ୍ବର ୨୪ ତାରିଖରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁତୁରା ପ୍ରବୀଣ ସାଲୁଜା ଯୁବ ବ୍ୟବସାୟୀ  ଆଶିଷ ଜୈନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଆଶିଷ ଗୁରୁତର ହେବାରୁ ଆଶିଷଙ୍କୁ କଣ୍ଟାବାଞ୍ଜି ଓ ପରେ ବିଶାଖାପାଟଣା ନିଆଯାଇଥିଲା। ଏବେ ମଧ୍ୟ ସେ ଚିକିତ୍ସାଧୀନ ଅଛନ୍ତି।

ଏହି ଘଟଣାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ପ୍ରବୀଣକୁ ଗିରଫ କରାଯାଇ ନ ଥିବାରୁ ଅଗ୍ରୱାଲ ସଭା ଏହି ବନ୍ଦ ଡାକରା ଦେଇଛି।

12-hour-bandh-observes-in-kantabanji
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories