ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ ଡାକରା ଦିଆଯାଇଛି। ଧର୍ମଗଡ଼ର ୬ଟି ବ୍ଲକରେ ଏହି ବନ୍ଦ ପାଳନ ହେଉଛି।

ଏହି ଅବସରରେ ଚକ ଅଖ ସମେତ ସ୍କୁଲ କଲେଜ, ସରକାରୀ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ବନ୍ଦ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ଦେଇଛି। ଏନେଇ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।

ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳର ସମର୍ଥନ ମିଳୁଥିବା ବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।

You might also like