ପୁଣି ବିନିକାରେ ୧୨ ଘଣ୍ଟିଆ ବନ୍ଦ ଡାକରା
ବିନିକା: ପୁଣି ତେଜିଛି ବିନିକା ଆନ୍ଦୋଳନ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଦାବି ନେଇ ବିନିକାବାସୀଙ୍କ ପକ୍ଷରୁ ଆଜି ପୁଣି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ତଥା ଆଖପାଖ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ପଦ ପୂରଣ ଦାବିରେ ଅଞ୍ଚଳବାସୀ ଏହି ବନ୍ଦ ଡାକରା ଦେଇଛନ୍ତି। ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସରକାରୀ ଅଫିସ୍ ବନ୍ଦ ଡାକରା ଦିଆଯାଇଛି। ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଆଗକୁ ଆନ୍ଦୋଳନ ଆହୁରି ତେଜିବ ବୋଲି ଅଞ୍ଚଳବାସୀ କହିଛନ୍ତି।