• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୧୨ ଜଣ ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ପୁଲିସ୍‌ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି। ଏଥିସହ ଶ୍ରମିକମାନଙ୍କୁ  ସାଙ୍ଗରେ ନେଉଥିବା ୨ ଦଲାଲଙ୍କୁ ପୁଲିସ୍ ଅଟକ ରଖିଛି।

ଉଦ୍ଧାର ଶ୍ରମିକଙ୍କ ଘର ଉମରକୋଟ, ତେନ୍ତୁଳିଖୁଣ୍ଟି ବ୍ଲକ ଓ କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏମାନଙ୍କୁ ଚାଲାଣ କରାଯାଉଥିବା ଖବର ପାଇ ପୁଲିସ୍‌ ଉମରକୋଟରୁ ବିଶାଖପାଟଣା ଯାଉଥିବା ଏକ ବସ୍‌କୁ ଯାଞ୍ଚ କରି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲା।

ମିଳିଥିବା ସୂଚନା ଅନୁସାରେ, ସମସ୍ତ ଶ୍ରମିକଙ୍କୁ ଚେନ୍ନାଇ ଓ ତ୍ରିପୁରାକୁ ଚାଲାଣ କରାଯାଉଥିଲା। ସମସ୍ତ ଶ୍ରମିକଙ୍କ ପରିବାରକୁ ପୁଲିସ୍‌ ପକ୍ଷରୁ ଖବର ଦିଆଯାଇଛି। ତେବେ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବରଙ୍ଗପୁର ଥାନା ଅଧିକାରୀ କହିଛନ୍ତି।

12-20-migrant-labourers-rescued-from-nabarangapur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories